ଅନୁଗୋଳ ଜିଲା ପରିଷଦର ୪୯ତମ ସାଧାରଣ ବୈଠକ: ଅଧାରୁ ଗୃହ ବର୍ଜନ କଲେ ସଦସ୍ୟ

ଅନୁଗୋଳ ଅଫିସ,୨୧।୮: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ୪୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି, ଜିଲାପରିଷଦ ଅଧ୍ୟକ୍ଷ ବାସନ୍ତୀ କିଷାନ ଏବଂ ସମସ୍ତ ଜିଲା ପରିଷଦର ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ କିପରି ଜିଲା ପାଇଁ ନୂତନ କାର୍ଯ୍ୟ କିପରି କରାଯାଇପାରିବ ତାହା ଉପରେ ଆଲୋଚନା କରାଯାଇଥିଲା। ଆଗକୁ ୧୫୦ ତମ ଗାନ୍ଧୀ ଜୟନ୍ତୀ କିପରି ପାଳନ କରାଯିବ ଓ ସରକାରଙ୍କ ‘୫-ଟି’ମନ୍ତ୍ର ଉପରେ ଆଠମଲ୍ଲିକ ବିଧାୟକ ବିସ୍ତୃତ ବିବରଣୀ ଦେଇଥିଲେ। ତେବେ ଜିଲାପରିଷଦ ସଭ୍ୟ ନିର୍ବାଚିତ ହେବା ପରେ ମୋଟ୍‌ ୧୦ଟି ସଭା କରିବା ଥିବା ବେଳେ ୬ଟି ବୈଠକ ହୋଇଛି। ଏଥିସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇ ସଦସ୍ୟମାନେ ବୈଠକ ଅଧାରୁ ସଭା ବର୍ଜନ କରି ଗୃହରୁ ବାହାରି ଯାଇଥିଲେ। ପରେ ବିଧାୟକ ତାଙ୍କୁ ଡିଆର୍‌ଡିଏ ସମ୍ମିଳନୀ କକ୍ଷକୁ ନେଇ ବୁଝାସୁଝା କରୁଥିବା ସୂଚନା ମିଳିଛି।

Share