ଅନୁଗୋଳ ଜିଲା ବିଜେଡି ସଭାପତି ହେଲେ ମହେନ୍ଦ୍ର ବସ୍ତିଆ

ଅନୁଗୋଳ ଅଫିସ,୨୧।୨: ବରିଷ୍ଠ ଓକିଲ ତଥା ଅନୁଗୋଳ ପୌରପାଳିକା ବିଜେଡି ସଭାପତି ଥିବା ମହେନ୍ଦ୍ର ବସ୍ତିଆ ଅନୁଗୋଳ ଜିଲା ବିଜେଡି ମଙ୍ଗ ଧରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଶୁକ୍ରବାର ରାଜ୍ୟର ସମସ୍ତ ୩୩ଟି ଆସନ ପାଇଁ ବିଜେଡି ସଭାପତି ଘୋଷଣା କରାଯାଇଛି । ଏହି କ୍ରମରେ ଅନୁଗୋଳ ଜିଲା ଦାୟିତ୍ୱରେ ମହେନ୍ଦ୍ର ବସ୍ତିଆଙ୍କ ନାଁ ରହିଛି। ବସ୍ତିଆ ଅନେକ ଦିନ ହେଲା ବିଜୁ ଜନତା ଦଳରେ ରହିବା ସହ ଅନେକ ସଂଗଠନର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ସାରିଛନ୍ତି । ତେବେ ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share