Advertisement

ଅନୁଗୋଳ ପୋଲିସ ମୁଖ୍ୟାଳୟରେ ଉଦ୍‌ଘାଟିତ ହେଲା ସିଟି ସର୍ଭିଲେନ୍ସ, ଆଇଟିଏମ୍‌ଏସ୍‌ ବ୍ୟବସ୍ଥା

ଅନୁଗୋଳ ଅଫିସ,୨।୮: ଅନୁଗୋଳ ପୋଲିସ ମୁଖ୍ୟାଳୟରେ ସିଟି ସର୍ଭିଲେନ୍ସ ଓ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାକୁ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଏବଂ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ, ଏସ୍‌ପି ମିତ୍ରଭାନୁ ମହାପାତ୍ର, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଦେବଗଡ଼ ଏସ୍‌ପି ରାହୁଲ ଜୈନ, ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍ସ ପ୍ରମୁଖଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ, ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି ଅବସରରେ ଅଫିସ ଟ୍ରାନଜିଟ୍‌ ମେସ, ଛେଳିଆପଡ଼ାସ୍ଥିତ ପୋଲିସ ରିଜର୍ଭ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ପୋଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀ ଓ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା ପରିଚାଳନା କରିଥିବା ସ୍ପେଶାଲ ପିପି ସରୋଜ ପଟ୍ଟନାୟକଙ୍କୁ ସମ୍ବଦ୍ଧିତ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share