Categories: ଅନୁଗୋଳ

ଅନୁଗୋଳ ବଜାରରେ କେଟିଏମ୍‌ ଆର୍‌ସି ୧୨୫

ଅନୁଗୋଳ ଅଫିସ, ୧୮।୭ – କେଟିଏମ୍‌ ପକ୍ଷରୁ ନୂଆ ଆର୍‌ସି ୧୨୫ ମଡେଲ ଅନୁଗୋଳ ବଜାର ପ୍ରବେଶ କରିଛି। ଏହି ମଡେଲ ଆର୍‌ସି ୧୬ କେଟିଏମ୍‌ ମୋଟୋ ଜିପି ମେଶିନରୁ ଅନୁପ୍ରାଣିତ ହୋଇ ନିର୍ମାଣ ହୋଇଛି। ଏଥିରେ ଷ୍ଟିଲ ଟ୍ରେଲିସ୍‌ ଫ୍ରେମ୍‌ ରହିଥିବାବେଳେ ଏଡିଏସ୍‌ ଆଲୁମିନିୟମ ସୁଇଙ୍ଗ୍‌ ଆର୍ମ, ଫ୍ରଣ୍ଟ ୟୁଉଜ ଫୋରର୍କ ରହିଛି। କମଳା ଓ ଧଳା ରଙ୍ଗରେ ଏହା ଉପଲବ୍ଧ। ଆକର୍ଷଣୀୟ ଗ୍ରାଫିକ ବାଇକ୍‌ର ଶୋଭା ବଢ଼ାଉଛି। ଏହାର ଏକ୍ସ-ଶୋ’ରୁମ୍‌ ମୂଲ୍ୟ ୧ ଲକ୍ଷ ୪୫ ହଜାର ୯୩୩ ଟଙ୍କା। ବର୍ତ୍ତମାନ ସୁଦ୍ଧା ଅନୁଗୋଳ କେଟିଏମ୍‌ ଶୋ’ରୁମ୍‌ରେ ତିନୋଟି କେଟିଏମ୍‌ ଆର୍‌ସି ୧୨୫ ଗାଡ଼ି ବୁକିଂ ହୋଇଥିବା ଶୋ’ରୁମ୍‌ର ସ୍ବତ୍ୱାଧିକାରୀ ଗିରିଜା ଶଙ୍କର ଅଗ୍ରୱାଲ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ବଜରଙ୍ଗ ଲାଲ ଅଗ୍ରୱାଲ, ହରିକ୍ରିଷ୍ଣ ଅଗ୍ରୱାଲ, ମାନସ ଅଗ୍ରୱାଲ, ନିଖିଲ ଅଗ୍ରୱାଲଙ୍କ ସହ ବାଇକ୍‌ ପ୍ରତି ଉତ୍ସାହ ଥିବା ଯୁବକ ଓ ଅନୁଗୋଳ ବାଇକର୍ସ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ।