ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା

ଅନୁଗୋଳ ଅଫିସ,୫।୨: ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନେ ବୁଧବାର ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ପରେ ସେମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡେପୁଟି କଲେକ୍ଟର ବଇତୁରା ଦୀପଙ୍କୁ ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟର ଦ୍ବିତୀୟ ପୁରୁଷ ଛାତ୍ରାବାସ ଅନ୍ତେବାସୀଙ୍କ ମେସ୍‌ ବନ୍ଦ ହେବାରୁ ଛାତ୍ରମାନେ ଏହି ଧାରଣା ଦେଇଥିବା କହିଛନ୍ତି। ତେବେ ଘଟଣାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୁରୁତ୍ୱ ଦେଉ ନ ଥିବା ଜିଲାପାଳଙ୍କ ନିକଟରେ ଛାତ୍ରମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଜିଲାପାଳ ଆସିବା ପରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ରମାନେ ଆନ୍ଦୋଳନରୁ ଓହରିଛନ୍ତି।

Share