Categories: ଜାତୀୟ

ଅନୁଚ୍ଛେଦ ୩୭୦କୁ ନେଇ ମୁହଁ ଖୋଲିଲେ ମମତା

କୋଲକାତା,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସେ ସମର୍ଥନ ଜଣାଉ ନାହାଁନ୍ତି। ତାଙ୍କ ଦଳ ଏଥିପାଇଁ ମତ ମଧ୍ୟ ଦେଇ ନାହିଁ। ମମତା ସମସ୍ତ ରାଜନୈତିକ ଦଳ ଓ କଶ୍ମୀରବାସୀଙ୍କୁ କହିଛନ୍ତି ଯଦି ଅନୁଚ୍ଛେଦ ୩୭୦ର ସ୍ଥାୟୀ ସମାଧାନ ଲୋଡା ତେବେ ତୃତୀୟ ବ୍ୟକ୍ତିଙ୍କ ସହ କଥା ହେବା ଜରୁରୀ। ଏମିତି କହି ସେ ପୁଣି ଥରେ ଭାଜପା ଉପରକୁ ଆଙ୍ଗୁଠି ଉଠାଛନ୍ତି। ସୂଚନାଯୋଗ୍ୟ, ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ପରେ ଏହା ମୋଦି ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ଆଲୋଚନା ହୋଇଥିଲା। ଏହାପରେ ଜମ୍ମୁ-କଶ୍ମୀର ଓ ଲଦାଖ ଭିନ୍ନ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ହୋଇଯାଇଛି।

Share