Categories: ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପରେ ଶୀଘ୍ର ହୋଇ ପାରିବନି ଶୁଣାଣି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ ଉପରେ ଶୀଘ୍ର ଶୁଣାଣି ହୋଇ ପାରିବନି ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏସମ୍ପର୍କିତ ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏଭଳି କହିଛନ୍ତି। ଏହାର ବିଚାର କେବେ ହେବ ତାହାର ନିଷ୍ପତ୍ତି ପ୍ରଧାନ ବିଚାରପତି ନେବେ ବୋଲି ସେ ସୂଚନା ଦେଇଛନ୍ତି। ଏହି ମାମଲାରେ ଜାତିସଂଘ ଭାରତୀୟ ସମ୍ବିଧାନ ସଂଶୋଧନରେ କୌଣସି ପଦକ୍ଷେପ ଗ୍ରହଣ କରିପାରିବ କି ନାହିଁ ସେ ନେଇ ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏନେଇ ଏକ ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିଲା।

Share