Categories: ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ: କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ଉପରେ ଲାଗି ପାରିବନି ରୋକ

ନୂଆଦିଲ୍ଲୀ,୧।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ସୁପ୍ରିମ୍‌କୋର୍ଟରେ ହୋଇଥିବା ଆବେଦନର ବିଚାର ମଙ୍ଗଳବାର ହୋଇଛି। ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କରାଯାଇଥିବା କେନ୍ଦ୍ର ସରକାରଙ୍କ ଘୋଷଣା ଉପରେ ରୋକ ଲଗାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ତେବେ ଏନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଛନ୍ତିି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ କରାଯାଇଥିବା ଆବେଦନରେ ଜବାବ ଦାଖଲ ଲାଗି ୨ ସପ୍ତାହରୁ ଅଧିକ ସମୟ ନ ଦେବାକୁ ଅନୁରୋଧ କରାଯାଇଥିଲା। ତେବେ ଏହାକୁ ଅଦାଲତ ଖାରଜ କରିଛନ୍ତି। ଏହା ସହିତ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମ୍ପର୍କିତ ସାମ୍ବିଧାନିକ ବୈଧତା ବିରୋଧରେ ଅନ୍ୟ କୌଣସି ନୂଆ ଅଭିଯୋଗ ଦାଖଲ ଉପରେ ମଧ୍ୟ ରୋକ ଲଗାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

Share