Categories: ଫୁରସତ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଯୁବତୀ ପିଠିରେ ଆଙ୍କିଲେ ମୋଦିଙ୍କ ଟାଟୁ

ଜମ୍ମୁ -କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଖୁସିରେ ବିଭୋର ହୋଇ ଝାଡ଼ଖଣ୍ଡର ଜଣେ ଯୁବତୀ ପିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାଟୁ ଆଙ୍କି ଦେଶପ୍ରେମର ଝଲକ ଦେଖାଇଛନ୍ତି। ରାଞ୍ଚିରେ ରହୁଥିବା ୨୧ ବର୍ଷୀୟା ରିଦ୍ଧି ଶର୍ମା କୁହନ୍ତି, ମୁଁ ଆରମ୍ଭରୁ ମୋଦିଙ୍କ ପ୍ରଶଂସକ। ମୋଦି ଦେଶ ପାଇଁ ବହୁ ପରିଶ୍ରମ କରୁଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ଏବଂ ତିନି ତଲାକ୍‌କୁ ଅପରାଧ କହି ସାହସିକତାର ପରିଚୟ ଦେଇଛନ୍ତି।

ତାଙ୍କର ଏପରି ନିଷ୍ପତ୍ତିକୁ କେବଳ ମୁଁ ନୁହେଁ, ସମଗ୍ର ଭାରତବାସୀ ସମର୍ଥନ ଜଣାଇଛନ୍ତି। ସେହି ଖୁସିରେ ମୁଁ ମୋଦିଙ୍କୁ ମୋର ଆଦର୍ଶ ଭାବେ ମାନି ପିଠିରେ ତାଙ୍କ ଛବି ଆଙ୍କିଛି। ଅନ୍ୟପକ୍ଷରେ ରାଞ୍ଚି ଲାଲପୁରର ଟାଟୁ ଆଙ୍କିଥିବା ବିନୟ କୁମାର କୁହନ୍ତି, ତାଙ୍କୁ ଏହି ଟାଟୁ ଆଙ୍କିବା ପାଇଁ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗିଛି।

Share