Categories: ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୪୪ ନାବାଳକ ହୋଇଛନ୍ତି ଗିରଫ: ହାଇକୋର୍ଟ ସୁପ୍ରିମ୍‌କୋର୍ଟକୁ ଦେଲେ ସୂଚନା

ନୂଆଦିଲ୍ଲୀ,୨।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ୧୪୪ ଜଣା ନାବାଳକଙ୍କୁ ଗିରଫ କରାଯାଇଛି। ଏନେଇ ଜମ୍ମୁ-କଶ୍ମୀର ହାଇକୋର୍ଟର କିଶୋର ନ୍ୟାୟ ସମିତି ପକ୍ଷରୁ ସୁପ୍ରିମ୍‌କୋର୍ଟକୁ ସୂଚନା ଦିଆଯାଇଛି। ଏନେଇ ସମିତି ପକ୍ଷରୁ ଏକ ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି। ଗିରଫ ହୋଇଥିବା ନାବାଳକଙ୍କ ମଧ୍ୟରୁ ୨ ଜଣଙ୍କୁ ସୁଧାର ଗୃହକୁ ପଠାଯାଇଛି। ଅନ୍ୟ ୧୪୨ ନାବାଳକଙ୍କୁ ପରେ ମୁକ୍ତ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଜମ୍ମୁ-କଶ୍ମୀରର ସ୍ଥିତି ନେଇ ସୁପ୍ରିମ୍‌କୋର୍ଟରେ ବାଳ ଅଧିକାର କର୍ମୀ ଏନାକ୍ଷୀ ଗାଙ୍ଗୁଲୀ ଏବଂ ଶାନ୍ତା ସିହ୍ନାଙ୍କ ପକ୍ଷରୁ ଏକ ଆବେଦନ ଦାଖଲ କରାଯାଇଥିଲା। ଏହାର ବିଚାର ବିଚାରପତି ଏନ୍‌.ବି. ରମଣ, ବିଚାରପତି ଏମ୍‌.ଆର୍‌. ଶାହ ଏବଂ ବିଚାରପତି ବି.ଆର୍‌. ଗଓ୍ବଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ଜାରି ରହିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହୁଜେଫା ଅହମ୍ମଦୀଙ୍କ ଅନୁରୋଧ ଅନୁସାରେ ଜମ୍ମୁ-କଶ୍ମୀର ହାଇକୋର୍ଟରୁ ଏନେଇ ସୁପ୍ରିମ୍‌କୋର୍ଟ ପକ୍ଷରୁ ରିପୋର୍ଟ ତଲବ୍‌ କରାଯାଇଥିଲା।

Share