ଶ୍ରୀନଗର,୮।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ ଜମ୍ମୁ-କଶ୍ମୀରର ୮୦ ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିବା ଅଭିଯୋଗ କରିଛନ୍ତି ଶାହ ଫୈସଲ୍। ଫୈସଲ୍ ପୂର୍ବରୁ ଆଇଏଏସ୍ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଜଣେ ରାଜନେତା ଅଛନ୍ତି। କେନ୍ଦ୍ର ସରକାର ଏଠାକାର ସ୍ଥିିତି ସମ୍ପର୍କରେ ବାହାରେ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି। ପ୍ରକୃତପକ୍ଷେ ଏଠାରେ ଲୋକେ ଭୟଭୀତ ହୋଇ ରହିଥିବା ଫୈସଲ ଅଭିଯୋଗ କରିଛନ୍ତି।