Categories: ଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ଆବେଦନ: ଶୁଣାଣି ଅକ୍ଟୋବର ୧ରୁ; ଗଠନ ହେଲା ସାମ୍ବିଧାନିକ ପୀଠ

ନୂଆଦିଲ୍ଲୀ,୨୮।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ଅକ୍ଟୋବର ୧ରୁ ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେବ। ଏନେଇ ସାମ୍ବିଧାନିକ ପୀଠ ଗଠନ କରାଯାଇଛି। ବିଚାରପତି ଏନ୍‌.ବି. ରମଣାଙ୍କ ନେତୃତ୍ୱରେ ବିଚାରପତି ସଞ୍ଜୟ କିଶନ କୋଲ୍‌, ବିଚାରପତି ଆର୍‌. ସୁଭାଷ ରେଡ୍ଡୀ, ବିଚାରପତି ବି.ଆର୍‌. ଗଓ୍ବଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ୫ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଅଯୋଧ୍ୟା ମାମଲାର ପ୍ରତିଦିନ ଶୁଣାଣି କରୁଥିବାରୁ ନିଜକୁ ଏଥିରେ ସ୍ଥାନୀତ କରି ନାହାଁନ୍ତି।

Share