ଅନୁଚ୍ଛେଦ ୩୭୦ ଥିଲା ଆତଙ୍କବାଦର ମୁଖ୍ୟ କାରଣ: ୟୁଏଇରେ କହିଲେ ମୋଦି

ଆବୁଧାବି, ୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ ସମୟରେ ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବ ଅନୁଚ୍ଛେଦ ୩୭୦ ଉପରେ ସୂଚନା ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ମୋଦି କହିଛନ୍ତି, ଏହି ଅନୁଚ୍ଛେଦ ଯୋଗୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା। ଏହା ଆତଙ୍କବାଦର ମୁଖ୍ୟ କାରଣ ଥିଲା। ଅନୁଚ୍ଛେଦ ୩୭୦ ଯୋଗୁ ଜମ୍ମୁ-କଶ୍ମୀରର ବିକାଶରେ ବାଧା ସୃଷ୍ଟି ହେଉଥିଲା। ସ୍ଥାନୀୟ ଯୁବବର୍ଗଙ୍କ ବିକାଶ ପାଇଁ ଯୋଜନା କରାଯାଇଥିବା ସେ କହିଛନ୍ତି। ଅଗାମୀ ୫ ବର୍ଷ ମଧ୍ୟରେ ଭାରତର ଅର୍ଥବ୍ୟବସ୍ଥା ୫ ଟ୍ରିଲିୟନ୍‌ ଡଲାରରେ ପହଞ୍ଚିବ। ଏହାଯୋଗୁ ଦେଶର ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି ମୋଦି କହିଛନ୍ତି।

Share