Categories: ଜାତୀୟ

ଅନୁଚ୍ଛେଦ ୩୭୦: ବଡ଼ ଖଣ୍ଡପୀଠରେ ହେବନି ଶୁଣାଣି

ନୂଆଦିଲ୍ଲୀ,୨।୩: ଅନୁଚ୍ଛେଦ ୩୭୦ର ଶୁଣାଣି ୭ ଜଣିଆ ବଡ଼ ଖଣ୍ଡପୀଠରେ ହେବନି। ଏହାର ବିଚାର ୫ ଜଣିଆ ଖଣ୍ଡପୀଠରେ କରାଯିବ ବୋଲି ସୋମବାର ସୁପ୍ରିମ୍‌କୋର୍ଟ ପ୍ରକାଶ କରିଛନ୍ତି। ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଏହାର ବୈଧତା ନେଇ ଆବେଦନରେ ପ୍ରଶ୍ନ କରାଯାଇଥିଲା। ସୂଚନାଯୋଗ୍ୟ, ଏବେ ଏହାର ଶୁଣାଣି ବିଚାରପତି ଏନ୍‌.ବି. ରମନ୍ନାଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠରେ ଜାରି ରହିଛି। ଜାନୁୟାରୀ ୨୩ରେ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।

Share