Categories: ଜାତୀୟ

ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଘଟଣା ୪୨ ପ୍ରତିଶତ ହ୍ରାସ…

ଶ୍ରୀନଗର, ୨୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜମ୍ମୁ-କଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଧାରା ୩୭୦କ ହଟିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ। ଏଠାରେ ସାମ୍ବା ଜିଲାର ପଲ୍ଲୀ ଗ୍ରାମରେ ପଞ୍ଚାୟତିରାଜ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦି ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରର ଚାଥା କ୍ୟାମ୍ପ ନିକଟରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ର ଏକ ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଘଟଣା ସମୟରେ ସିଆଇଏସଏଫ ବସ ଡୂ୍ୟଟିରେ ଥିବା ୧୫ ଜଣ ଯବାନଙ୍କୁ ନେଇ ଯାଉଥିଲା।

ଏହି ଆକ୍ରମଣରେ ଜଣେ ସିଆଇଏସଏଫ ଯବାନ ଶହୀଦ୍‌ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ। ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଆତଙ୍କବାଦ ବିରୋଧୀ ଅପରେଶନରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ୫ ଅଗଷ୍ଟ ୨୦୧୯ ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଘଟଣା ୪୨ ପ୍ରତିଶତ ହ୍ରାସ ପାଇଛି। ଅନୁଚ୍ଛେଦ ହଟିବା ପୂର୍ବରୁ ୮୪୧ ଦିନରେ ୮୪୩ ଟି ଆତଙ୍କବାଦୀ ଘଟଣା ଘଟିଥିଲା। ମାତ୍ର ଅ୍‌ନୁଚ୍ଛେଦ ହଟିବାର ୮୪୧ ଦିନ ପରେ, ଏଠାରେ ୪୯୬ ଆତଙ୍କବାଦୀ ଘଟଣା ଘଟିଥିଲା। ୨ ଫେବୃଆରୀ ୨୦୨୨ରେ ସରକାର ରାଜ୍ୟ ସଭାରେ କହିଥିଲେ ଯେ ୫ ଅଗଷ୍ଟ ୨୦୧୯ ରୁ ୨୬ ଜାନୁୟାରୀ ୨୦୨୨ ମଧ୍ୟରେ ସମୁଦାୟ ୫୪୧ ଆତଙ୍କବାଦୀ ଘଟଣା ଘଟିଛି।

ଏହି ଘଟଣାରେ ୪୩୯ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ଆତଙ୍କବାଦୀଙ୍କ ଆକ୍ରମଣରେ ଆମର ୯୮ ଜଣ ଯବାନ ଶହୀଦ୍‌ ହୋଇଥିଲେ। ଏଥିସହ ୧୦୯ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏହା ଯୋଗୁ ପ୍ରାୟ ୫.୩ କୋଟି ଟଙ୍କା ମୂଲ୍ୟର ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଡିସେମ୍ବର ୨୦୨୦ରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରରୁ ୧୨ ଜଣ ଆତଙ୍କବାଦୀଙ୍କୁ ଗିରଫ ଥିବାବେଳେ ୧୬୫ ଜଣଙ୍କର ମୃତ୍ୟୁ ଘଟିଥିଲା।

Share