ଅନୁଧ୍ୟାନ କଲେ ଏସ୍‌ପି

ସମ୍ବଲପୁର, ୩୦।୩ (ବ୍ୟୁରୋ)- ସଂପ୍ରତି ଲକ୍‌ ଡାଉନ ଯୋଗୁ ସମ୍ବଲପୁର ସହର ପ୍ରଭାବିତ ହୋଇଛି । ଜନସାଧାରଣ ନିହାତି ଜରୁରୀ ନଥିଲେ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି । ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ କରାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଯାନବାହାନ କମ୍‌ ଭାବରେ ଚଳାଚଳ କରିବ ସେ ନେଇ ଜିଲା ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ଛକ ଗୁଡିକରେ ପୋଲିସ କର୍ମଚାରୀ ଓ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ସୋମବାର ଏହି କ୍ରମରେ ସମ୍ବଲପୁର ଏସପି କନୱର ବିଶାଳ ସିଂ ଗଙ୍ଗାଧର ମେହେର (ଜିଏମ) କଲେଜ ଛକରେ ପହଞ୍ଚତ୍ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ନିକଟସ୍ଥ ଔଷଧ ଦୋକାନୀ ପ୍ରଶାନ୍ତ କୁମାର ରଥଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା ।

Share