Categories: ଜାତୀୟ

ଅନୁପ୍ରବେଶକାରୀଙ୍କୁ ରୋକିବ ରୋବ: ସୀମାରେ ହେବ ମୁତୟନ

ବେଙ୍ଗାଲୁର୍‌,୨।୫: ସୀମାରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ମୁତୟନ କରାଯିବ ରୋବ। ଏନେଇ ଭାରତୀୟ ବୈଜ୍ଞାନିକମାନେ ୨୦୧୮ ଡିସେମ୍ବରରୁ ଉଦ୍ୟମ ଜାରି ରଖିଛନ୍ତି। ପରୀକ୍ଷାମୂଳକ ଭାବେ ୨୦୧୯ ଡିସେମ୍ବରରେ ଏହାର ପ୍ରଯୋଗ କରାଯିବ। ଭାରତ ଇଲୋକ୍ଟ୍ରନିକ୍ସ ଲିମିଟେଡ୍‌ ପକ୍ଷରୁ ଏହାର ନିର୍ମାଣ କରାଯାଉଛି। କମ୍ପାନୀର ସେଣ୍ଟ୍ରାଲ ରିସର୍ଚ୍ଚ ଲାବୋରେଟୋରୀରେ ଏହା ଉପରେ ପରୀକ୍ଷାନିରୀକ୍ଷା ଜାରି ରହିଛି। ଆର୍ଟିଫିିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ)ଆଧାରରେ ଏହା କାର୍ଯ୍ୟ କରିବ। ଏହାଦ୍ୱାରା ସୀମାର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ ବୋଲି କୁହାଯାଉଛି।

Share