Categories: ଜାତୀୟ

ଅନୁପ୍ରବେଶ କରୁଥିବା ବାଟ୍‌ କମାଣ୍ଡୋଙ୍କ ଉପରେ ଗ୍ରେନେଡ୍‌ ମାଡ଼ କଲେ ଭାରତୀୟ ସେନା: ଭିଡ଼ିଓ ଜାରି

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌) କମାଣ୍ଡୋଙ୍କର ଭାରତରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ନିୟନ୍ତ୍ରଣ ରେଖାଠାରୁ ୨ କିମି ଦୂରରେ ପାକିସ୍ତାନ ପଟୁ ବାଟ୍‌ କମାଣ୍ଡୋ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ତେବେ ଭାରତୀୟ ସେନାଙ୍କ ପରଓ୍ବାର୍ଡ଼ ପୋଷ୍ଟଗୁଡ଼ିକରୁ ଗ୍ରେନେଡ୍‌ ମାଡ଼ କରାଯାଇଥିଲା। ଏଥିରେ ବାଟ୍‌ ୪-୫ ବାଟ୍‌ କମାଣ୍ଡୋଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାର ଭିଡ଼ିଓ ଭାରତୀୟ ସେନା ପକ୍ଷରୁ ବୁଧବାର ଜାରି ହୋଇଛି। ଏହା ସେପ୍ଟେମ୍ବର ୧୨-୧୩ ରାତିରେ ହୋଇଥିବା ସେନା କହିଛି। ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share