Categories: ଜାତୀୟ

ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖାରେ ଡେରା ପକାଇଛନ୍ତି ୫ ଶହ ଆତଙ୍କବାଦୀ: ଯୋଗାଯୋଗ ଲାଗି ବ୍ୟବହାର କରୁଛନ୍ତି ନୂଆ କୋଡ୍‌

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ୫ଶହରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଡେରା ପକାଇଛନ୍ତି। ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବା ଳାଗି ସେମାନେ ନୂଆ କୋଡ୍‌ ବ୍ୟବହାର କରୁଛନ୍ତି। ଏହି କୋଡ୍‌ ଭାଙ୍ଗିବାକୁ ଏପର୍ଯ୍ୟନ୍ତ ଭାରତୀୟ ଗୋଇନ୍ଦା ବିଭାଗ ସକ୍ଷମ ହୋଇ ପାରି ନ ଥିବା କୁହାଯାଉଛି। ଆତଙ୍କବାଦୀଙ୍କୁ ଏଭଳି କୋଡ୍‌ ବ୍ୟବହାର କରିବା ଲାଗି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ପାକିସ୍ତାନ ଆର୍ମି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆତଙ୍କବାଦୀମାନେ ୬୬/୮୮ ଭାବେ ଜୈଶ୍‌-ଇ-ମହମ୍ମଦ୍‌କୁ କୋଡ୍‌ କରିଛନ୍ତି। ସେହିପରି ଲଶ୍କର-ଇ-ତୋଏବାକୁ ଏ-୩, ଅଲ୍‌-ବଦରକୁ ଡି-୯ ଭାବେ କୋଡ୍‌ କରାଯାଇଛି। ପାକିସ୍ତାନ ଆର୍ମି ଆତଙ୍କବାଦୀଙ୍କ ସହିତ ଯୋଗାଯୋଗ କରିବା ଲାଗି ହାଇ ଫ୍ରିକ୍ୟୁଏନ୍ସି ରେଡିଓ ଓ୍ବେଭ୍‌ ବ୍ୟବହାର କରୁଥିବା କୁହାଯାଉଛି।

Share