ଅନୁଭବଙ୍କୁ ହଇରାଣ କରୁଛନ୍ତି ପଡ଼ୋଶୀ, ଶୁଣିଲାନି ପୋଲିସ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କୁ ତାଙ୍କ ପଡ଼ୋଶୀ ହଇରାଣ କରୁଛନ୍ତି। ଏଥିସହ ପୋଲିସ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିବା ସୋମବାର ଟୁଇଟ୍‌ କରି ସେ ଜଣାଇଛନ୍ତି।
ଅନୁଭବ ଜଣାଇଛନ୍ତି ଯେ, କଟକସ୍ଥିତ ବାସଭବନ ସମ୍ମୁଖରେ କେତେଜଣ ଦୁର୍ବୃତ୍ତ ଗଣ୍ଡଗୋଳ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ। ଏ ନେଇ ଅଭିଯୋଗ ପରେ ବି ପୁରୀଘାଟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। କେବଳ ସେତିକି ନୁହେଁ, ପୁରୀଘାଟ ଥାନା ଆଇଆଇସି ତାଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅନୁଭବ ଟୁଇଟ୍‌କରି ଜଣାଇଛନ୍ତି। ଆଇଆଇସି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବା ସେ କହିଛନ୍ତି।

Share