କଟକ ଅଫିସ/ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଜେଡି ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତିକୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କାଳିଆ ବାରିକ। କାଳିଆ କଟକସ୍ଥିତ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ରହି ମିସ୍ତ୍ରି କାମ କରୁଥିଲେ। କଟକ ସ୍ପେଶାଲ ସ୍କ୍ବାଡ୍ ଗୁଜରାଟରୁ ତାଙ୍କୁ ଗିରଫ କରି ପୁରୀଘାଟ ଥାନାରେ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, କାଳିଆ ଅନୁଭବଙ୍କ ଫୋନ୍କୁ ହ୍ବାଟ୍ସଆପ୍ ମେସେଜ୍ କରି ୧୦ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ସେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ହତ୍ୟା ଧମକ ଦେଇଥିଲେ। ଏ ନେଇ ଗତମାସରେ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ସେ ଗୁଜରାଟ ଚାଲିଯାଇଥିଲେ।