ଅନୁଭବଙ୍କ ବିରୋଧରେ ଏତଲା ଦେବା ପରେ ବି ନିଆଯାଉନାହିଁ କାର୍ଯ୍ୟାନୁଷ୍ଠାନ: ମହିଳାଙ୍କ ଥାନା ସମ୍ମୁଖରେ ଧାରଣା

କଟକ ଅଫିସ,୧୪।୭: ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗରେ ରବିବାର ଅଭିଯୋକାରିଣୀ ମହିଳା ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। କଟକ ପୁରୀଘାଟ ଥାନା ଆଗରେ ସେ ଧାରଣା ଦେବା ସହ ପୋଲିସ ତଦନ୍ତର ଦିଗ ବଦଳାଇ ଦେଇଥିବା କହିଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ନାଁରେ ମହିଳା ଜଣଙ୍କ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା ।
ଅନ୍ୟପଟେ ଏହାକୁ ଅନୁଭବ ଖଣ୍ଡନ କରିଥିଲେ । ତାଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଥିଲେ ।

Share