ଅନୁମତି ମିଳିଲେ ପ୍ରବାସୀ ଶ୍ରମିକଙ୍କ ବ୍ୟାଗ୍‌ ବୋହିବାକୁ ମଧ୍ୟ ପ୍ରସ୍ତୁତ: ରାହୁଲ ଗାନ୍ଧୀ

ଲକ୍ଷ୍ନୌ,୨୬।୫: ଦେଶରେ ଦେଖାଦେଇଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ଏକ ଗଣମାଧ୍ୟମ ସମ୍ମିଳନୀରେ ସେ କହିଛନ୍ତି ଯେ, ସରକାର ଯଦି ଅନୁମତି ଦିଅନ୍ତି ତେବେ ପାଦରେ ଚାଲିଚାଲି ଉତ୍ତରପ୍ରଦେଶ ଯିବା ସହିତ ପ୍ରବାସୀ ଶ୍ରମିକଙ୍କ ବ୍ୟାଗ୍‌ ମଧ୍ୟ ବୋହିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, କିଛି ଦିନ ତଳେ ରାହୁଲ ଦିଲ୍ଲୀର ସୁଖଦେବ ବିହାର ଫ୍ଲାଏଓଭରଠାରେ କିଛି ପ୍ରବାସୀ ଶ୍ରମିକଙ୍କୁ ଭେଟିଥିଲେ। ସେମାନଙ୍କ ଘର ଫେରନ୍ତା ଦୁଃଖ ଶୁଣିଥିଲେ। ସେ ଶ୍ରମିକଙ୍କ ସହିତ କଥାବାର୍ତ୍ତା କରୁଥିବାର ୧୬ ମିନିଟ୍‌ର ଏକ ଡକ୍ୟୁମେଣ୍ଟାରୀ ଇତିମଧ୍ୟରେ କଂଗ୍ରେସ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ରିଲିଜ୍‌ ହୋଇସାରିଛି। ଏହାକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ଜାରି ରହିଛି।

Share