Categories: ଜାତୀୟ

ଅନୁରାଗ ୭୨, ପର୍‌ଭେଶ ୯୬ ଘଣ୍ଟା ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରଚାର

ନୂଆଦିଲ୍ଲୀ,୩୦।୧: ବିବାଦୀୟ ବୟାନକୁ ନେଇ ନିର୍ବାଚନ ପ୍ରଚାର କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ୭୨ ଘଣ୍ଟା ଓ ଭାଜପା ଏମ୍‌ପି ପର୍‌ଭେଶ ବର୍ମାଙ୍କୁ ୯୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ(ଇସି) କହିଛନ୍ତି। ଏହା ପୂର୍ବରୁ ଇସି ଉତ୍ତେଜିତ କଲାଭଳି ଭାଷଣ ଦେବା ଅଭିଯୋଗରେ ଦଳର ଷ୍ଟାର ପ୍ରଚାରକ ତାଲିକାରୁ ଏମାନଙ୍କୁ ହଟାଇ ଦେବାକୁ କହିଥିଲେ। ଏହା ପୂର୍ବରୁ ମଣ୍ଡଲ ଟାଉନର ଭାଜପା ପ୍ରାର୍ଥୀ କପିଲ ମିଶ୍ରାଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ କପିଲଙ୍କ ବିବାଦୀୟ ଟୁଇଟକୁ ମଧ୍ୟ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନାଯୋଗ୍ୟ, ଅନୁରାଗଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସ ଅଭିଯୋଗ କରିବାରୁ ଏବେ ଏଭଳି ପଦକ୍ଷେପ ନିଆଯାଇଛି।

Share