ଅନୁରାଧା ପୋଡ଼ଓ୍ବାଲଙ୍କୁ ନିଜର ମା କହିଲେ ୪୫ ବର୍ଷ ବୟସ୍କା ମହିଳା: ଦାବି କଲେ ୫୦ କୋଟି କ୍ଷତି ପୂରଣ

ଥିରୁଭାନନ୍ତପୁରମ୍‌,୨।୧: ଖ୍ୟାତି ସମ୍ପନ୍ନ ଗାୟିକା ଅନୁରାଧା ପୋଡ଼ଓ୍ବାଲଙ୍କୁ ନେଇ ଏବେ ଜୋର୍‌ ସୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କେରଳର ଥିରୁଭାନନ୍ତପୁରମ୍‌ଠାରେ ବାସ କରୁଥିବା ଜଣେ ୪୫ ବର୍ଷ ବୟସ୍କା ମହିଳା ଅନୁରାଧା ପୋଡ଼ଓ୍ବାଲଙ୍କୁ ନିଜର ମା ଦାବି କରିଛନ୍ତି। ଏହା ସହିତ ସେ ୫୦ କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଥିବା ସ୍ଥାନୀୟ ଫ୍ୟାମିଲି କୋର୍ଟ ପକ୍ଷରୁ କୁହାଯାଇଛି। ୬୭ ବର୍ଷ ବୟସ୍କା ଅନୁରାଧଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଥିବା ମହିଳା ଜଣକ ହେଉଛନ୍ତି କରମାଳା। ସେ ୪ଦିନର ଥିବାବେଳେ ଅନୁରାଧା ତାଙ୍କୁ ପାଳିତ ମାତା-ପିତା ପୋନାଞ୍ଚନ ଏବଂ ଅଗନେସ୍‌ଙ୍କୁ ପ୍ରଦାନ କରିଥିଲେ। ତେବେ ପାଳିତ ମାତା-ପିତାଙ୍କଠାରୁ ଏସମ୍ପର୍କରେ ଜାଣିବା ପରେ କରମାଳା ଆଇନଜୀବୀ ଅନୀଲ ପ୍ରସାଦଙ୍କ ସହିତ ଯୋଗାଯୋଗ କରିଥିଲେ। କରମାଳା ନିଜର ଡିଏନ୍‌ଏ ଟେଷ୍ଟ ପାଇଁ ମଧ୍ୟ ରାଜି ଥିବା କହିଛନ୍ତି।

Share