ଅନୁଷ୍କାଙ୍କୁ କ୍ଷମା ମାଗିଲେ ଫାରୁକ୍‌ ଇଞ୍ଜିନିୟର

ନୂଆଦିଲ୍ଲୀ,୧।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ କ୍ଷମା ମାଗିଛନ୍ତି ଫାରୁକ୍‌ ଇଞ୍ଜିନିୟର। ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଭାରତୀୟ ଦଳର ଅନୁଷ୍କାଙ୍କୁ ଚୟନକର୍ତ୍ତା ଚା’ ପରଷି ଥିବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ ପୂର୍ବତନ ଉଇକେଟକିପର ଫାରୁକ। ବଲିଉଡ ଅଭିନେତ୍ରୀ ଅନୁଷ୍କା ଏହାକୁ ଖଣ୍ଡନ କରିବା ସହ ଖରାପ ମନୋଭାବ ରଖି ମିଛ କୁହାଯାଇଥିବା କହିଥିଲେ। ଅନୁଷ୍କାଙ୍କ ପ୍ରତିକ୍ରିୟା ପରେ ୮୨ ବର୍ଷୀୟ ଇଞ୍ଜିନିୟର ତାଙ୍କୁ କ୍ଷମା ମାଗିଛନ୍ତି। ଏକ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷତକାରରେ ସେ କହିଛନ୍ତି, ମୁଁ ଅନୁଷ୍କାଙ୍କୁ ଆକ୍ଷେପ କରିନାହିଁ, ଚୟନକର୍ତ୍ତାଙ୍କୁ ଟାର୍ଗେଟ କରିଥିଲି ବୋଲି ସେ କହିଛନ୍ତି।