Advertisement

ଅନୁଷ୍କାଙ୍କୁ ପ୍ରଶଂସା କଲେ ବିରାଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦମ୍‌ଦାର ଅଭିନୟ ବଳରେ ଆଜି ବଲିଉଡ୍‌ରେ ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଉଛନ୍ତି। ସେ ଜଣେ ଭଲ ଅଭିନତ୍ରୀ ଓ ଜଣେ କେୟାରିଂ ଲାଇଫ୍‌ ପାର୍ଟନର ବୋଲି କହିକ କ୍ରିକେଟର ବିରାଟ କୋହଲି ତାଙ୍କର ଭୂରି ଭୂରି ପ୍ରଶଂସା କରିଛନ୍ତି। ଅନୁଷ୍କାଙ୍କ ପାଇଁ ସେ ଏକ ହେଲ୍‌ଦି ଲାଇଫ ମେଣ୍ଟେନ କରିପାରୁଛନ୍ତି ବୋଲି ବିରାଟ କହିଛନ୍ତି। ସାରା ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ରେ ସମସ୍ତେ ଏକପ୍ରକାର ବନ୍ଦ ହୋଇ ରହିଛନ୍ତି। ଭିନ୍ନ ଭିନ୍ନ ଶୈଳୀରେ ବିଭିନ୍ନ କାର୍ଯ୍ୟ କରି ସମୟ ଅତିବାହିତ କରୁଛନ୍ତି। ନିକଟରେ ଅନୁଷ୍କା ଏକ ଲାଇଭ୍‌ ଚାଟ୍‌ ଜରିଆରେ ଜୀବନରେ ଘଟୁଥିବା ସକରାତ୍ମକ ପରିବର୍ତ୍ତନ ବିଷୟରେ କଥା ହୋଇଥିଲେ। ଆମେ ଦୁହେଁ ଦୁହିଁଙ୍କ ଡାଏଟ୍‌ ପ୍ରତି ବହୁ ଯତ୍ନଶୀଳ। ଅନୁଷ୍କା ଆଉ ମଧ୍ୟ କହିଛନ୍ତି, ଆମେ ପୂର୍ବରୁ ହିଁ ଡାଏଟ ‌ ପ୍ରତି ଧ୍ୟାନ ରଖିଛୁ। ସେପରି ବାଧ୍ୟତାମୂଳକ କିଛି କରୁନାହୁଁ। କାରଣ ଆମେ ଦୁହେଁ ଶାକାହାରୀ। ଯେଉଁ ଖାଦ୍ୟ ଆମ ପାଇଁ ଠିକ୍‌ ନୁହେଁ ଆମେ ତାକୁ ଖାଉନାହୁଁ। ଅନୁଷ୍କା କହିଛନ୍ତି ଯେ, ସମସ୍ତେ କିନ୍ତୁ କିଛି ନା କିଛି ଏକ୍ସରସାଇଜ୍‌ କରିବା ଦରକାର। ଏହା ନିଜର ସ୍ବାସ୍ଥ୍ୟ ଏବଂ ମନକୁ ସୁସ୍ଥ ରଖିଥାଏ। ତେବେ ବିରାଟ କହିଛନ୍ତି ଯେ, ଅନୁଷ୍କା ମୋ ଜୀବନରେ ବହୁତ କିଛି ପରିବର୍ତ୍ତନ ଆଣିଛନ୍ତି। ସବୁ ପରିସ୍ଥିତିରେ ଧୈର୍ଯ୍ୟର ସହିତ ସାମ୍ନା କରିବା ଦରକାର। ଏପରି କଲେ ଲକ୍ଷ୍ୟସ୍ଥଳରେ ସହଜରେ ପହଞ୍ଚିପାରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share