Categories: ଖେଳ

ଅନୁଷ୍କାଙ୍କ ନାଁ ନେବାରୁ ରାଗିଲେ ବିରାଟ

ନୂଆଦିଲ୍ଲୀ,୧।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଅନେକ ବଡ ରେକର୍ଡ ରହିଛି। କୋହଲିଙ୍କ ବ୍ୟାଟିଂକୁ ଯେତେ ପ୍ରଶଂସା କରାଯାଏ, ଫ୍ଲପ୍‌ ହେଲେ ସେତିକି ତାଙ୍କୁ ଗାଳି ଶୁଣିବାକୁ ପଡିଥାଏ। ସେ ଖରାପ୍‌ ଫର୍ମ ଦେଇ ଗତି କଲେ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ପ୍ରଶଂସକଙ୍କ ରୋଷର ଶିକାର ହୁଅନ୍ତି। ବାରମ୍ବାର ସ୍ତ୍ରୀଙ୍କୁ ଦୋଷ ଦିଆଯାଉଥିବା ରାଗିଯାଇଛନ୍ତି ବିରାଟ। ନିକଟରେ ୨୦୧୯ ବିଶ୍ୱକପବେଳେ ଅନୁଷ୍କା ଶର୍ମାଙ୍କୁ ଟିମ୍‌ ଚୟନକର୍ତ୍ତା ଷ୍ଟାଡିୟମରେ ଚା’ ଦେଉଥିଲେ ବୋଲି ପୂର୍ବତନ କ୍ରିକେଟର ଫାରୁକ ଇଞ୍ଜିନିୟର ଅଭିଯୋଗ ଆଣିଥିଲେ। ଏହି ପ୍ରସଙ୍ଗରେ ବିରାଟ କହିଛନ୍ତି, ଏହି ଖବରରେ କୌଣସି ସତ୍ୟତା ନାହିଁ। ମ୍ୟାଚବେଳେ ଅନୁଷ୍କା ଫ୍ୟାମିଲି ବକ୍ସରେ ବସିଥିଲେ। ତାଙ୍କ ପାଖରେ କୌଣସି ଚିୟନକର୍ତ୍ତା ନ ଥିଲେ। ମୋ ସ୍ତ୍ରୀ ବହୁତ ସଫଳତା ପାଇଛନ୍ତି। ତେଣୁ ତାଙ୍କୁ ନେଇ ଏଭଳି ଅପପ୍ରଚାର କରାଯାଉଛି। ଅନୁଷ୍କା ବିଶ୍ୱକପରେ କେବଳ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଷ୍ଟାଡିୟମକୁ ଆସିଥିଲେ। ଫ୍ୟାମିଲି ବକ୍ସ ଓ ଚୟନକର୍ତ୍ତା ବକ୍ସ ଅଲଗା ଅଲଗା। ଅନୁଷ୍କା ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ମ୍ୟାଚ ଦେଖିବାକୁ ଆସିଥିଲେ। ତାଙ୍କ ନାଁରେ ଏଭଳି ଅଭିଯୋଗ ଆଣିବା ନିନ୍ଦନୀୟ ବୋଲି ବିରାଟ କହିଛନ୍ତି।

Share