Categories: ଖେଳ

ଅନୁଷ୍କା, ଦୀପିକାଙ୍କ ମଧ୍ୟରୁ କିଏ ବେଶୀ ହଟ୍‌ ପ୍ରଶ୍ନରେ କ’ଣ କହିଲେ ବୁମରା

ଭାରତୀୟ ପେସର ଯଶପ୍ରୀତ ବୁମରା ଏବେ ଚମତ୍କାର ଫର୍ମରେ ଅଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରଜରେ ନିଜର ସମ୍ପୂର୍ଣ୍ଣ ଜଲଓ୍ବା ଦେଖାଇଛନ୍ତି। ଏକ ହ୍ୟାଟ୍ରିକ ସହ ୨ ମ୍ୟାଚ୍ରେ ୯.୨୩ ହାରରେ ମୋଟ ୧୩ ଉଇକେଟ ନେଇଛନ୍ତି। ମାତ୍ର ୨୧ ମାସର କ୍ୟାରିଅରରେ ସେ ଆଇସିସି ଟେଷ୍ଟ ବୋଲରଙ୍କ ର଼୍ୟାଙ୍କିଙ୍ଗରେ ଟପ ୩ରେ ପ୍ରବେଶ କରିସାରିଛନ୍ତି। ଅନଅର୍ଥଡକ୍ସ ବୋଲିଂ ଷ୍ଟାଇଲ ସହ ଉଭୟ ଆଉଟ ଓ ଇନ ସୁଇଙ୍ଗ କରିବାର ଦକ୍ଷତା ତାଙ୍କର ରହିଛି। ସଫଳ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ସାରି ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ନିକଟରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କ୍ରିକେଟ ବ୍ୟତୀତ ଫିଲ୍ମ ଦେଖିବାରେ ରୁଚି ରଖନ୍ତି ବୋଲି କହିଥିଲେ। ତେବେ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ଦୀପିକା ଏବଂ ଅନୁଷ୍କା ଶର୍ମାଙ୍କ ମଧ୍ୟରୁ କିଏ ବେଶୀ ହଟ୍‌ ବୋଲି ପଚରାଯାଇଥିଲା। ଯାହାର ଉତ୍ତରରେ ସେ ଚୁପ୍‌ ରହିଥିଲେ। କେବଳ ଏତିକି କହିଥିଲେ ଉଭୟ ପ୍ରତିଭାଶଳୀ ଅଭିନେତ୍ରୀ। ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ହୋଇଥିବାରୁ ସେ ଉକ୍ତ ପ୍ରଶ୍ନର ଉତ୍ତର ସିଧା ଦେବାକୁ ପଛାଇଥିଲେ ବୋଲି କୁହାଯାଉଛି।

Share