Categories: ଖେଳ

ଅନୁଷ୍କା ଶର୍ମା ନୁହେଁ, ଏହି ଅଭିନେତ୍ରୀଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯଦିଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି, କିନ୍ତୁ ତାଙ୍କୁ ଡେଟିଂ କରିବା ପୂର୍ବରୁ ସେ ବଲିଉଡର ଆଗଧାଡିର ନାୟିକା କ୍ୟାଟ୍ରିନା କୈଫଙ୍କ ଫିଲ୍ମ ଦେଖିବାକୁ ପାଗଳ ଥିଲେ। ଏହାସହ କରିନା କପୁରଙ୍କୁ ମଧ୍ୟ ସେ ପସନ୍ଦ କରୁଥିଲେ। ସେହିପରି ଅଭିନେତାଙ୍କ ମଧ୍ୟରେ ସେ ଅମିର ଖାନଙ୍କ ଜଣେ ବଡ ଫ୍ୟାନ୍‌ । ଅନୁଷ୍କାଙ୍କୁ ବିବାହ କରିବା ପୂର୍ବରୁ ଏକ ସାକ୍ଷାତକାରରେ ସେ ଏହା କହିଥିଲେ। କିନ୍ତୁ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ବିରାଟ କେବଳ ତାଙ୍କ ଫିଲ୍ମ ହିଁ ଦେଖିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।

Share