ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ

ଚିତ୍ରକୋଣ୍ଡା,୧୦।୨(ଡି.ଏନ୍‌.ଏ.): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ସୋମବାର ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ସେ ବଡ଼ପଡାଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟରେ ଚାଲିଥିବା ଅଭିଭାବକ ସଭାରେ ଅଂଶଗ୍ରହଣ କରିଥିଲେ ।
ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ସ୍କୁଲରେ ଥିବା ଶିକ୍ଷକ ସମସ୍ୟା ଉପରେ ତୁରନ୍ତ ପଦକ୍ଷେପ ନିଆଯାଇ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି। ଚିତ୍ରକୋଣ୍ଡାସ୍ଥିତ ଏସ୍‌ଏସ୍‌ଡି ବାଳିକା ବିଦ୍ୟାଳୟ ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଶେଷରେ ମନ୍ତ୍ରୀ ସାରକା ଚିତ୍ରକୋଣ୍ଡା ଡ୍ୟାମ ବୁଲି ଦେଖିଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅଧିକାରୀ ଲାରୀମାନ ଖରସେଲ, ଡିଓଡବ୍ଲ୍ୟୁ ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।