ଅନେକ ରୋଗ ଦୂର କରେ ଶୁଣ୍ଠି

ଶୁଖିଲା ଅଦା ବା ଶୁଣ୍ଠି କେବଳ କବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ବିଶେଷକରି ଶୀତଦିନେ ଶୁଣ୍ଠିର ବ୍ୟବହାର ଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ଏ ସମ୍ପର୍କରେ…

– ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଶୁଣ୍ଠି ଖୁବ୍‌ ଲାଭଦାୟକ। ଶୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ସ୍ଥାନରେ ଲଗାଇବା ଦ୍ବାରା ଉପଶମ ମିଳିଥାଏ।

– ଶୁଣ୍ଠି ପାଚନ କ୍ରିୟାକୁ ଠିକ୍‌ କରିବା ସହ ଓଜନ କମାଇବାରେ ସାହାଯ୍ୟ କରିଥାଏ।

– ଗର୍ଭବତୀ ମହିଳାମାନଙ୍କ ପାଇଁ ଶୁଣ୍ଠି ସର୍ବୋକୃଷ୍ଟ

– ଶୁଣ୍ଠିରେ କର୍କଟ ନିରୋଧୀ ଗୁଣ ରହିଥାଏ, ଯାହା କର୍କଟ କୋଷିକାକୁ ନଷ୍ଟ କରିଦିଏ।