Categories: ଖେଳ

‘ଅନେକ ଶିଖିବାର ଅଛି’

ଭୁବନେଶ୍ୱର, ୧୦।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ରବିବାର ବେଲଜିୟମଠାରୁ ୨-୩ ଗୋଲରେ ପରାଜୟରେ ଦୁଃଖିତ ହୋଇଛନ୍ତି ଅଧିନାୟକ ମନପ୍ରୀତ ସିଂ। ଆମେ ଗୋଲ ଦେବାପାଇଁ ଅନେକ ସୁଯୋଗ ପାଇଥିଲୁ। ମାତ୍ର ତା’ର ସଦୁପଯୋଗ କରିପାରି ନ ଥିଲୁ। ବେଲଜିୟମ ବିପକ୍ଷ ୨ଟି ମ୍ୟାଚରୁ ଆମକୁ ଅନେକ କିଛି ଶିଖିବାକୁ ମିଳିଛି। ତେବେ ମୁଁ ମୋ ଦଳକୁ ନେଇ ଗର୍ବିତ। ପ୍ରଥମ ମ୍ୟାଚରେ ଆମେ ସ୍ପିଡ୍‌ ହକିର ନମୁନା ଦେଖାଇ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳିଥିଲୁ ଏବଂ ଗୋଲ ଦେବାରେ ସକ୍ଷମ ହୋଇଥିଲୁ। କାଉଣ୍ଟର ଆକ୍ରମଣ ମଧ୍ୟ ଆମର ଭଲ ରହିଥିଲା। ତାହାକୁ ଗୋଲରେ ପରିଣତ କରିବା ଆବଶ୍ୟକ ରହିଛି। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ଆମେ ଟ୍ରେନିଂ ସେସନରେ ତ୍ରୁଟି ସୁଧାରିବୁ“ ବୋଲି ମନପ୍ରୀତ କହିଛନ୍ତି। ଚଳିତ ପ୍ରୋ ଲିଗ୍‌ରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଚଳିତମାସ ୨୧ ଓ ୨୨ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ।

Share