ସପୁରି ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର। ଏଥିରେ ପୋଷକ ତତ୍ତ୍ୱ ସହ ଆଣ୍ଟି ଅକ୍ସିଡାଣ୍ଟର ଗୁଣ ମଧ୍ୟ ରହିଥାଏ। ଏକ ଗ୍ଲାସ ସପୁରି ରସରୁ ୧.୭ ଗ୍ରାମ ପ୍ରୋଟିନ୍, ୨.୩ ଗ୍ରାମ ଫାଇବର ଏଥିସହ ଭିଟାମିନ୍ ସି ଓ ବି-୬ ମିଳିଥାଏ। ତେବେ ଜାଣନ୍ତୁ କିପରି ଭାବେ ସପୁରି ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ବିଷାଦ ଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ।
-ଯଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ତେବେ ସପୁରି ଜୁସ୍ ପିଇଲେ ପ୍ରତିରୋଧକାରୀ ଶକ୍ତି ବଢ଼ିଥାଏ।
-ଏଥିରେ ଭିଟାମିନ୍ ସି’ ଭରପୂର ମାତ୍ରାରେ ରହୁଥିବାରୁ ପାଚନକ୍ରିୟାକୁ ସକ୍ରିୟ କରିଥାଏ। ଏହାର ଜୁସ୍ ପିଇବା ଫଳରେ ରକ୍ତହୀନତା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ ଆପଣ କାଟି ମଧ୍ୟ ଖାଇପାରିବେ।
-ଏହାକୁ ଖାଇବାର ଅନେକ ସମୟ ପର୍ଯ୍ୟନ୍ତ ଭୋକ ହୋଇ ନ ଥାଏ। ଫଳରେ ଓଜନ ସନ୍ତୁଳିତ ରହିଥାଏ। ଏଥିରେ ମାଙ୍ଗାନିଜ୍ ଗୁଣ ରହିଥିବାରୁ ଏହା ବିଭିନ୍ନ ହାଡ଼ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।
-ଆଧୁନିକ ଜୀବନଶୈଳୀ କାରଣରୁ ଅନେକ ସମୟରେ ବ୍ୟକ୍ତି ବିଷାଦ ମଧ୍ୟକୁ ଚାଲିଯାଇଥାଏ। ସପୁରି ଜୁସ୍ ପିଇବା ଫଳରେ ଏଥିରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ କ୍ୟାନ୍ସରରୁ ମୁକ୍ତି ଦେଇଥାଏ।