Categories: ଜାତୀୟ

ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୫: ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଶ୍ରମଜୀବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏମାନେ ହିଁ ସୁନ୍ଦର ଓ ସମୃଦ୍ଧ ଭାରତର ଭିତ୍ତି ସ୍ଥାପନ କରିବେ ବୋଲି ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ଦେଶର ସମସ୍ତ ଶ୍ରମଜୀବିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରକୃୃତରେ ଏମାନେ ହିଁ ହେଉଛନ୍ତି ଆମ ଜାତୀୟ ନିର୍ମାତା। ସୂଚନାଯୋଗ୍ୟ, ଶ୍ରମଜୀବିଙ୍କ ସମ୍ମାନାର୍ଥେ ମେ’ ୧କୁ ଅନ୍ତରାଷ୍ଟ୍ରୀୟ ଶ୍ରମ ଦିବସ ଭାବେ ପାଳନ କରାଯାଇଥାଏ।

Share