ଅନ୍ତରୀକ୍ଷ ଯାତ୍ରୀ ହେବେ ସଲମାନ୍‌!

ଭାରତର ପ୍ରଥମ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ବାୟୋପିକ୍‌ ‘ସାରେ ଜହାଁ ସେ ଅଚ୍ଛା’ ପୁଣି ଥରେ ଚର୍ଚ୍ଚାରେ। ପ୍ରଥମରୁ ହିଁ ଫିଲ୍ମର କଳାକାରଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ପ୍ରଥମେ ଫିଲ୍ମରେ ଆମୀର ଖାନ୍‌ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଥିଲା। ପରେ ଶାହାରୁଖ୍‌ ଖାନ୍‌ ଏବଂ ଭିକ୍କି କୌଶଲଙ୍କ ନାମ ଯୋଡି ହେଲା। ଏବେ ସଲମାନ୍‌ ଖାନ୍‌ଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଯାହା ଶୁଣିବାକୁ ମିଳୁଛି ଫିଲ୍ମର ନିର୍ମାତା ଏଥିପାଇଁ ସଲମାନ୍‌ ଖାନ୍‌ଙ୍କ ସହ କଥା ହୋଇଛନ୍ତି। ମାତ୍ର ସଲମାନ୍‌ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ସଲମାନ୍‌ ଏଥିରେ କାମ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

Share