Categories: ଜାତୀୟ

ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଲା ଭାରତ: ଡିଏସ୍‌ଆର୍‌ଓ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୬: ଭାରତ ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍‌ କମିଟି ରକ୍ଷା ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସି(ଡିଏସ୍‌ଆର୍‌ଓ) ଗଠନ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ଏଜେନ୍ସି ଅନ୍ତରୀକ୍ଷ ଯୁଦ୍ଧ ଲାଗି ଆବଶ୍ୟକ ଜ୍ଞାନକୌଶଳ ଏବଂ ଯନ୍ତାଶଂ ବିକଶିତ କରିବ। ଫଳରେ ଭାରତୀୟ ସେନା ଏବେ ଜଳ,ସ୍ଥଳ ,ଆକାଶ ସହିତ ଅନ୍ତରୀକ୍ଷରେ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବେ। ମିଶନ ଶକ୍ତିର ସଫଳ ପରୀକ୍ଷଣ ପରେ ଅନ୍ତରୀକ୍ଷ ଯୁଦ୍ଧ ଲାଗି ଏକ ସ୍ବତନ୍ତ୍ର ଏଜେନ୍ସି ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆମେରିକା ଏହାର ସ୍ପେସ୍‌ ଫୋର୍ସ ୨୦୨୦ ସୁଦ୍ଧା ଗଠନ କରିବା ନେଇ ଘୋଷଣା କରିଥିଲା। ଏବେ ଭାରତ ନିଜର ସ୍ପେସ୍‌ ଫୋର୍ସ ଗଠନ ପାଇଁ ଯୋଜନା ପ୍ରସ୍ତୁତ କରିଛି।

Share