Categories: ବାଣିଜ୍ୟ

ଅନ୍ତର୍ଜାତୀୟ ଉଡାଣ ଉପରେ ଏୟାର ଏସିଆର ରିହାତି

ଭୁବନେଶ୍ୱର,୧୫ା୭: ଏୟାର ଏସିଆ ପକ୍ଷରୁ ଅନ୍ତର୍ଜାତୀୟ ଉଡାଣ ଉପରେ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ଭୁବନେଶ୍ୱରରୁ ଯାତ୍ରୀମାନେ ବ୍ୟାଙ୍କକ, କୁଆଲାଲୁମ୍ପୁର ଭଳି ସ୍ଥାନଗୁଡିକୁ ୭୦% ପର୍ଯ୍ୟନ୍ତ ରିହାତିରେ ବିମାନ ଯାତ୍ରା କରି ପାରିବେ। ଏବେ ବିମାନ ଯାତ୍ରା ପାଇଁ ଆଗୁଆ ବୁକିଂ କରୁଥିବା ଗ୍ରାହକଙ୍କ ସଂଖ୍ୟା ବଢୁଛି। ଏହି ସେଲ ଦ୍ୱାରା ଯାତ୍ରୀମାନେ ନିଜ ପସନ୍ଦର ସ୍ଥାନକୁ ସୁଲଭ ବଜେଟରେ ଚୟନ କରିପାରିବେ ବୋଲି ଏୟାର ଏସିଆ ଇଣ୍ଡିଆ ସିଓଓ ସଞ୍ଜୟ କୁମାର କହିଛନ୍ତି। ଅଗ୍ରୀମ ବୁକିଂ ଯୋଜନା ଏବଂ ଏୟାର ଏସିଆରେ ଯାତ୍ରା ନେଇ ଗ୍ରାହକଙ୍କୁ ଉତ୍ସାହିତ କରାଯାଉଥିବା ସିଓଓ କୁମାର କହିଛନ୍ତି। ଏହି ସେଲ ଚଳିତ ମାସ ୧୫ରୁ ୨୧ ଯାଏ ଚାଲିବ। ଚଳିତ ବର୍ଷ ଜୁଲାଇ ୨୨ରୁ ୨୦୨୦ ଫେବୃୟାରୀ ଯାଏ ଯାତ୍ରୀ ଏଠାରେ ଯାତ୍ରା ସୁବିଧା ପାଇ ପାରିବେ। ଏୟାର ଏସିଆ ବର୍ତ୍ତମାନ ଦେଶର ୧୯ଟି ସ୍ଥାନକୁ ସେବା ସଂଯୋଗ କରୁଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।

Share