ନୂଆଦିଲ୍ଲୀ,୧୯-୩: କରୋନା ପ୍ରଭାବକୁ ନଜରରେ ରଖି ବିମାନ କମ୍ପାନୀଗୁଡିକ ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରୁଛନ୍ତି। ମଙ୍ଗଳବାର ଗୋଏୟାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ବୁଧବାର ଏହି ଧାରାରେ ଭିସ୍ତାରା ଯୋଡି ହୋଇଛି। ଚଳିତ ମାସ ୨୦ରୁ ମାର୍ଚ୍ଚ ୩୧ ଯାଏ ଏହି କମ୍ପାନୀର ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ବୋଲି ଜଣାପଡିଛି। କରୋନା ସ୍ଥିତି ଉପରେ ନଜର ରଖି ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଘରୋଇ ଉଡାଣକୁ ମଧ୍ୟ ସାମୟିକ ଲାଗି ବ୍ୟବସ୍ଥିତ କରାଯିବାକୁ ନିଷ୍ପତ୍ତି ହୋଇଥିବା ଭିସ୍ତାରା ପକ୍ଷରୁ ସୂଚନା ରହିଛି।