Categories: ଖେଳ

ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ

ଭୁବନେଶ୍ୱର, ୩୦।୫(କ୍ରୀଡ଼ା ପ୍ରତିନିଧି): ମେ’ ୨୯ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ଏଭରେଷ୍ଟ ଆରୋହଣକାରୀ ଯୋଗବ୍ୟାସ ଭୋଇଙ୍କ ସହିତ କେସିଙ୍ଗାର ପର୍ବତାରୋହୀ ହରେଶ ବଗର୍ତ୍ତୀ ଓ ମହେଶ କୁମାର କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ରୁପ୍ରା ଗ୍ରାମପଞ୍ଚାୟତ ନିକଟସ୍ଥ ୧୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ୩ୟ ଟାଙ୍ଗିରି ପାହାଡକୁ ଶୁକ୍ରବାର ସଫଳତାର ସହିତ ଆରୋହଣ କରିଥିଲେ। ଏମାନେ ପାହାଡ ଶିଖରରେ ପହଞ୍ଚି ଡଙ୍ଗରର ରାଜାରାଣୀ ପଥରକୁ ମୁଣ୍ଡିଆ ମାରିବା ସହ ଜାତୀୟ ପତାକା ଉଡାଇ ଏଭରେଷ୍ଟ ଦିବସ ପାଳନ କରିଥିଲେ। ଏଥି ସହିତ ଜଙ୍ଗଲର ସୁରକ୍ଷା ଏବଂ ପାହାଡ, ପର୍ବତକୁ ରକ୍ଷା କଲେ ମାନବଜାତିର ସୁରକ୍ଷା ହୋଇ ପାରିବ ବୋଲି ବାର୍ତ୍ତା ଦେଇଥିଲେ।

Share