Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ପ୍ରଥମ ଭାରତୀୟ, ଗୋଟିଏ ଦିନରେ ୨ଟି ଶତକ ମାରିଥିଲେ

ଜାମାଇକା, ୯।୯:ଭାରତୀୟ କ୍ରିକେଟ ପାଇଁ ଡିସେମ୍ବର ୧୦ ବହୁତ ଖାସ୍‌ ଦିନଟିଏ। କାରଣ ଏହିଦିନ ଭାରତୀୟ କ୍ରିକେଟର ପିତାମହ ମହାରାଜା ରଣଜିତ୍‌ ସିଂଙ୍କ ଜନ୍ମ ହୋଇଥିଲା। ରଣଜିତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ପ୍ରଥମ ଭାରତୀୟ ଖେଳାଳି ଥିଲେ। ୧୮୭୨ରେ ଗୁଜରାଟର ଜାମନଗରରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ଇଂଲଣ୍ଡ ପାଇଁ ଟେଷ୍ଟ ଖେଳିଥିଲେ। ରଣଜିତ୍‌ଙ୍କ ନାଁରେ ଭାରତରେ ରଣଜୀ ଟ୍ରଫି ଖେଳାଯାଏ। ୧୮୯୬ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିବା ଆରମ୍ଭ କରିଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଦିନରେ ଦୁଇଟି ଶତକ ଲଗାଇବାରେ ପ୍ରଥମ ଖେଳାଳି ହୋଇପାରିଥିଲେ। ସେ ପ୍ରଥମ ଇଂନିଶରେ ୧୦୦ ଓ ଦ୍ୱିତୀୟ ଇନିଂଶରେ ୧୨୫ ରନର ପାଳି ଖେଳିଥିଲେ।

Share