Categories: ଗଞ୍ଜାମ

ଅନ୍ତର୍ଜାତୀୟ ନାଟକ ମହୋତ୍ସବରେ ଭାଗ ନେବାକୁ କଳାକାରଙ୍କ ଗୋଆ ଗସ୍ତ

ବ୍ରହ୍ମପୁର ଅଫିସ,୨୬।୭: ଗୋଆଠାରେ ଚଳିତମାସ ୨୮ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ନାଟକ ମହୋତ୍ସବରେ ଭାଗନେବାକୁ ଗଞ୍ଜାମ ଜିଲାର ଏକ ୧୬ ଜଣିଆ ନାଟ୍ୟ ଦଳ ଶୁକ୍ରବାର ସକାଳୁ ଗୋଆ ଯାତ୍ରା କରିଛନ୍ତି । ପାତ୍ରପୁର ବ୍ଲକ ସାହସପୁରର ମା’ ଦୁର୍ଗା ଶିକ୍ଷା ଓ ସାଂସ୍କୃତିକ ସଂଘର କଳାକାରମାନେ ବ୍ରହ୍ମପୁର ଷ୍ଟେଶନରୁ ଗୋଆ ଯାତ୍ରା କରିଛନ୍ତି। ଏହି କଳାକାରମାନେ ଉକ୍ତ ମହୋତ୍ସବରେ ରଞ୍ଜିତ ପଟ୍ଟନାୟକଙ୍କ ରଚିତ ଓ ରାଜଗୋପାଳ ପାଢ଼ୀଙ୍କ ନିର୍ଦ୍ଦେଶିତ ନାଟକ ‘ଉଭା କୁବେର ପୋତା ସପନ’ ପରିବେଷଣ କରିବେ।