Categories: ମେଟ୍ରୋ

ଅନ୍ତର୍ଜାତୀୟ ଫ୍ୟାଶନ କ୍ୟାଲେଣ୍ଡର ‘ମିଲନ ୨୦୨୦’ ଉନ୍ମୋଚିତ

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଅନ୍ତର୍ଜାତୀୟ ଫ୍ୟାଶନ କ୍ୟାଲେଣ୍ଡର ‘ମିଲନ ୨୦୨୦’ ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି। ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱରର ବିଶାଲ ସୁବୁଦ୍ଧି ଓ ଶିବଦତ୍ତ ସୁବୁଦ୍ଧି ଯୋଗଦେଇ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ। ଏହା ପୂର୍ବ ଭାରତର ପ୍ରଥମ ଅନ୍ତର୍ଜାତୀୟ ଫ୍ୟାଶନ କ୍ୟାଲେଣ୍ଡର ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଅନୁଷ୍ଠାନର ୧୦ଜଣ ଛାତ୍ରୀଛାତ୍ର ନୂଆ ଡିଜାଇନ୍‌ର ପୋଷାକ ତିଆରି କରି ତାହାକୁ ଇଟାଲୀର ମିଲନକୁ ପଠାଯାଇଥିଲା। ଇଟାଲୀର ବହୁ ଅନ୍ତର୍ଜାତୀୟ ମଡେଲ ଏହି ଫ୍ୟାଶନ କ୍ୟାଲେଣ୍ଡରର ଫଟୋ ସୁଟ୍‌ ପାଇଁ ଉକ୍ତ ପୋଷାକ ପିନ୍ଧିଥିଲେ। ପରେ ତାହାକୁ ନେଇ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଥିଲା। ଏହି ପ୍ରୋଜେକ୍ଟରେ କାମ କରିଥିବା ଛାତ୍ରୀଛାତ୍ରମାନେ ହେଲେ ପ୍ରୀତିଲିନା ସାହୁ, ମହେଶ ଦାସ, ପୂଜା ଅଗ୍ରଓ୍ବାଲ, ଲଭ୍‌ଲି ଓ୍ବାଲୋନୀ, ପଦ୍ମିନୀ ବରାଳ, ସାଲିନୀ କୁମାର, ସୁଚିତ୍ରା ଡାଙ୍ଗୁଆ, ଦିଲେଶ୍ୱରୀ ମହାକୁଡ଼, ସୌମ୍ୟାଶ୍ରୀ ଦାସ ଓ ସତ୍ୟ ସନାତନ ପାତ୍ର।

Share