Categories: ଖେଳ

ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ: ସରିତା ଦେବୀ ଆଥଲେଟ୍ସ କମିଶନକୁ ନିର୍ବାଚିତ

ନୂଆଦିଲ୍ଲୀ, ୧୭ା୧୧ (ପି.ଟି.)-ଭାରତର ଭେଟରାନ ମହିଳା ବକ୍ସର ଏଲ୍‌. ସରିତା ଦେବୀ ନିର୍ଦ୍ୱନ୍ଦ୍ୱରେ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ଆଥଲେଟ୍ସ କମିଶନକୁ ନିର୍ବାଚିତ ହୋଇଛନ୍ତି। ସେ ଏସିଆନ ବ୍ଲକରୁ ପ୍ରତିନିଧିତ୍ୱ କରିବେ। ପଦବୀ ପାଇଁ ଏସିଆରୁ ସେ ଏକମାତ୍ର ପ୍ରାର୍ଥୀ ବୋଲି ସରିତା ଗତ ଜୁଲାଇରେ ସୂଚନା ଦେଇଥିଲେ। ଆଥଲେଟ୍ସ କମିଶନରେ ୫ଟି ଆଞ୍ଚଳିକ କନଫେଡେରେଶନ (ଏସିଆ, ଓସେନିଆ, ୟୁରୋପ, ଆମେରିକା ଏବଂ ୟୁରୋପ)ରୁ ଜଣେ ଲେଖାଏଁ ମହିଳା ଓ ପୁରୁଷ ବକ୍ସର ପ୍ରତିନିଧିତ୍ୱ କରିବେ। ୩୭ ବର୍ଷୀୟା ସରିତା ଏସିଆନ ଚାମ୍ପିୟନଶିପ୍‌ରେ ୮ଥର ପଦକ ଜିତିଛନ୍ତି। ତନ୍ମଧ୍ୟରେ ୫ ସ୍ବର୍ଣ୍ଣ ପଦକ ରହିଛି। ବର୍ତ୍ତମାନ ସେ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ବିଏଫ୍‌ଆଇ)ର କାର୍ଯ୍ୟନିର୍ବାହୀ କମିଟିରେ ଜଣେ ଆଥଲେଟ୍‌ ପ୍ରତିନିଧି ଅଛନ୍ତି। ବିଏଫ୍‌ ଆଇ ସରିତାଙ୍କ ନାମ ଏଆଇବିଏକୁ ସୁପାରିସ କରିଥିଲା।

Share