Categories: ବାଣିଜ୍ୟ

ଅନ୍ତର୍ଜାତୀୟ ବିମାନ ସେବା ନେଇ ଜୁଲାଇରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୬: ବର୍ତ୍ତମାନ କରୋନା ସ୍ଥିତି ସୁଧୁରି ନ ଥିବାରୁ ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦେଇ ନାହାନ୍ତି। ମେ ୨୫ଠାରୁ ଦେଶ ମଧ୍ୟରେ ବିମାନ ସେବାକୁ ଅନୁମତି ମିଳିଛି। ସ୍ଥିତି ଠିକ୍‌ଠାକ୍‌ ହେଲେ ବିଦେଶକୁ ବିମାନ ସେବା ନେଇ ଜୁଲାଇରେ ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥିତିକୁ ବିଚାର କରିବା ପରେ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁରୀ ମତ ପ୍ରକାଶ କରିଛନ୍ତି।

Share