Categories: ଜାତୀୟ

ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଫେବୃୟାରୀ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ

ନୂଆଦିଲ୍ଲୀ,୨୯।୧: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୁରୁବାର ଦେଶ ତଥା ଦେଶରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଉପରେ ସ୍ଥଗିତାଦେଶକୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ବିଦେଶରେ କରୋନାର ନୂତନ ଷ୍ଟ୍ରେନ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ତେବେ କେତେକ ସ୍ବତନ୍ତ୍ର କ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରିବ।

Share