Categories: ଜାତୀୟ

ଅନ୍ତର୍ଜାତୀୟ ମହିଳା ଦିବସରେ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମିତି କେତେଜଣ ମହିଳାଙ୍କୁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଭାରତୀୟ ବାୟୁସେନାର ପ୍ରଥମ ଫାଇଟର ଜେଟ୍‌ ପାଇଲଟ ମୋହନା ସିଂ ଜିତରଓ୍ବାଲ, ଅବନି ଚତୁର୍ବେଦୀ ଓ ଭାବନା କଣ୍ଠଙ୍କୁ ରାଷ୍ଟ୍ରପତି ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି। ସେହିପରି ୧୦୪ ବର୍ଷୀୟା ଆଥଲେଟ ମନ କୌରଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମହିଳା କୃଷକଙ୍କ ପାଇଁ ପ୍ରେରଣା ପାଲଟିଥିବା ଆନ୍ଧ୍ରପ୍ରଦେଶର ପାଳଦା ଭୁଦେବୀଙ୍କ ସହ ଆହୁରି କେତେଜଣଙ୍କୁ ମଧ୍ୟ ‘ନାରୀ ଶକ୍ତି ପୁରସ୍କାର’ ଦିଆଯାଇଛି।

Share