ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସାଧାରଣତଃ ଲୋକେ ସୁସ୍ଥ ରହିବାକୁ ଯୋଗ କରିଥାନ୍ତି। ବଲିଉଡ୍ର ସେଲିବ୍ରିଟିମାନେ ମଧ୍ୟ ସୁସ୍ଥ ଏବଂ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତିଦିନ ଯୋଗାଭ୍ୟାସ କରିଥାନ୍ତି। ଜାଣନ୍ତୁ ଏପରି କିଛି ସେଲିବ୍ରିଟିଙ୍କ ସମ୍ପର୍କରେ…
ଉର୍ବଶୀ ରୌତେଲା: ନିଜର ଗ୍ଲାମରସ୍ ଲୁକ୍ ପାଇଁ ଉର୍ବଶୀ ବେଶ୍ ଜଣାଶୁଣା। ତାଙ୍କର ଏହି ସୌନ୍ଦର୍ଯ୍ୟର ରାଜ୍ ହେଲା ସେ ପ୍ରତିଦିନ ଯୋଗାଭ୍ୟାସ କରିଥାନ୍ତି।
ମଲ୍ଲିକା ଶେରାଓ୍ବତ୍: ମଲ୍ଲିକା ସୁସ୍ଥ ରହିବା ପାଇଁ ପ୍ରତିଦିନ ଯୋଗ କରିଥାନ୍ତି। ସେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଏହା ମୋ’ ଅଭ୍ୟାସ।
କଙ୍ଗନା ରାଣାଓ୍ବତ୍: ସର୍ବଦା ଫିଟ୍ ରହିବା ପାଇଁ କଙ୍ଗନା ଯୋଗ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି।
କରୀନା କପୁର: ଜୀବନରେ ସୁସ୍ଥ ରହିବାକୁ ହେଲେ ଯୋଗ ହିଁ ଏକମାତ୍ର ବିକଳ୍ପ ବୋଲି ବଲିଉଡ୍ ଅଭିନେତ୍ରୀ କରୀନା କପୁର ବିଶ୍ୱାସ କରନ୍ତି। ତେଣୁ ସେ ପ୍ରତିଦିନ ଯୋଗାଭ୍ୟାସରୁ ଜୀବନଚର୍ଯ୍ୟା ଆରମ୍ଭ କରିଥାନ୍ତି।
ଶିଳ୍ପା ସେଟ୍ଟୀ: ଯୋଗାଭ୍ୟାସରେ ଶିଳ୍ପା କେତେ ନିମଗ୍ନ ରହିଥାନ୍ତି ତାହା ପ୍ରଶଂସକମାନେ ବେଶ୍ ଭଲ ଭାବେ ଜାଣିଛନ୍ତି। ପ୍ରତିଦିନ ଯୋଗ କରିବାକୁ ସେ ଆଦୌ ଭୁଲି ନ ଥାନ୍ତି। ଖାସ୍ ଏଥିପାଇଁ ତ ସେ ତାଙ୍କ ସୌନ୍ଦର୍ଯ୍ୟକୁ ଆଜି ବି ଅକ୍ଷୁଣ୍ଣ ରଖିଛନ୍ତି।
ସେହିପରି ଆଲିଆ ଭଟ୍ଟ, ବିପାଶା ବସୁ, ଜ୍ୟାକ୍ଲିନ୍ ଫର୍ନାଡିଜ୍, ରାକ୍ଷୀ ସାଓ୍ବନ୍ତ, ସୋହା ଅଲ୍ଲୀ ଖାନ୍, ପୂଜା ପାତ୍ରାଙ୍କ ପରି ଅନେକ ସେଲିବ୍ରିଟି ଯୋଗାଭ୍ୟାସ ପ୍ରତି ବିଶେଷ ଗୁରୁତ୍ୱ ଦେଇଥାନ୍ତି।