ଅନ୍ତର୍ଜାତୀୟ ଯୋଗ ଦିବସ: ଯୋଗରେ ନିମଗ୍ନ ବଲିଉଡ୍‌ର କିଛି ସେଲିବ୍ରିଟି

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସାଧାରଣତଃ ଲୋକେ ସୁସ୍ଥ ରହିବାକୁ ଯୋଗ କରିଥାନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ସୁସ୍ଥ ଏବଂ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତିଦିନ ଯୋଗାଭ୍ୟାସ କରିଥାନ୍ତି। ଜାଣନ୍ତୁ ଏପରି କିଛି ସେଲିବ୍ରିଟିଙ୍କ ସମ୍ପର୍କରେ…

ଉର୍ବଶୀ ରୌତେଲା: ନିଜର ଗ୍ଲାମରସ୍‌ ଲୁକ୍‌ ପାଇଁ ଉର୍ବଶୀ ବେଶ୍‌ ଜଣାଶୁଣା। ତାଙ୍କର ଏହି ସୌନ୍ଦର୍ଯ୍ୟର ରାଜ୍‌ ହେଲା ସେ ପ୍ରତିଦିନ ଯୋଗାଭ୍ୟାସ କରିଥାନ୍ତି।

ମଲ୍ଲିକା ଶେରାଓ୍ବତ୍‌: ମଲ୍ଲିକା ସୁସ୍ଥ ରହିବା ପାଇଁ ପ୍ରତିଦିନ ଯୋଗ କରିଥାନ୍ତି। ସେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଏହା ମୋ’ ଅଭ୍ୟାସ।

କଙ୍ଗନା ରାଣାଓ୍ବତ୍‌: ସର୍ବଦା ଫିଟ୍‌ ରହିବା ପାଇଁ କଙ୍ଗନା ଯୋଗ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି।

କରୀନା କପୁର: ଜୀବନରେ ସୁସ୍ଥ ରହିବାକୁ ହେଲେ ଯୋଗ ହିଁ ଏକମାତ୍ର ବିକଳ୍ପ ବୋଲି ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ବିଶ୍ୱାସ କରନ୍ତି। ତେଣୁ ସେ ପ୍ରତିଦିନ ଯୋଗାଭ୍ୟାସରୁ ଜୀବନଚର୍ଯ୍ୟା ଆରମ୍ଭ କରିଥାନ୍ତି।

ଶିଳ୍ପା ସେଟ୍ଟୀ: ଯୋଗାଭ୍ୟାସରେ ଶିଳ୍ପା କେତେ ନିମଗ୍ନ ରହିଥାନ୍ତି ତାହା ପ୍ରଶଂସକମାନେ ବେଶ୍‌ ଭଲ ଭାବେ ଜାଣିଛନ୍ତି। ପ୍ରତିଦିନ ଯୋଗ କରିବାକୁ ସେ ଆଦୌ ଭୁଲି ନ ଥାନ୍ତି। ଖାସ୍‌ ଏଥିପାଇଁ ତ ସେ ତାଙ୍କ ସୌନ୍ଦର୍ଯ୍ୟକୁ ଆଜି ବି ଅକ୍ଷୁଣ୍ଣ ରଖିଛନ୍ତି।
ସେହିପରି ଆଲିଆ ଭଟ୍ଟ, ବିପାଶା ବସୁ, ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌, ରାକ୍ଷୀ ସାଓ୍ବନ୍ତ, ସୋହା ଅଲ୍ଲୀ ଖାନ୍‌, ପୂଜା ପାତ୍ରାଙ୍କ ପରି ଅନେକ ସେଲିବ୍ରିଟି ଯୋଗାଭ୍ୟାସ ପ୍ରତି ବିଶେଷ ଗୁରୁତ୍ୱ ଦେଇଥାନ୍ତି।

Share