ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ହିଁ ଶିଶୁ ମହୋତ୍ସବ

ସିମୁଳିଆ, ୨୭।୧୦(ଡି.ଏନ.ଏ.)-ସିମୁଳିଆ ମଣ୍ଡଳସ୍ତରୀୟ ଶିଶୁ ମହୋସତ୍ବ ସୁରଭି-୨୦୧୯ ଶନିବାର ମାର୍କୋଣା ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ମହୋତ୍ସବକୁ ଉଦ୍‌ଘାଟନ କରିବା ସହିତ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ହିଁ ଶିଶୁ ମହୋତ୍ସବ ବୋଲି ବକ୍ତବ୍ୟରେ କହିଥିଲେ। ବ୍ଲକର ବିଭିନ୍ନ ୧୬ଟି କ୍ଲଷ୍ଟରରୁ ଜୁନିୟର ଓ ସିନିୟର ବିଭାଗରେ ମୋଟ ୩୦୫ଜଣ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ା ପ୍ରବନ୍ଧ, ନୃତ୍ୟ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନି, ବିତର୍କ ଓ ସଙ୍ଗୀତ ଆଦି ବିଭିନ୍ନ ୧୭ଟି ବିଭାଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜୁନିୟର ବିଭାଗରେ ୧୫ଜଣ ଓ ସିନିୟର ବିଭାଗରେ ୧୮ଜଣ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇ ପୁରସ୍କୃତ ହୋଇଥିଲେ ା ପ୍ରତ୍ୟେକ ବିଭାଗରେ ପ୍ରଥମ ହୋଇଥିବା ବିଭିନ୍ନ କୃତୀ ପ୍ରତିଯୋଗୀମାନେ ଆସନ୍ତା ୨ତାରିଖରେ ବାଲେଶ୍ୱର ଜିଲା ହାଇସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ଉତ୍ସବରେ ଭାଗନେବେ ବୋଲି ସୂଚନା ଦିଆଯାଇଛି ା
ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଅତିଥି ରୂପେ ରଘୁନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନଚରଣ ଖିଲାର, ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାନ୍ତି, ଅନୁଶିକ୍ଷା ଅଧିକାରୀ ଗଦାଧର ଦାଶ, ଲମ୍ବୋଦର ସିଂ, ବରି ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାଳିକ, କାଞ୍ଚନ କମଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଧଳ ପ୍ରମୁଖ ଯୋଗ ଦେଇଥିଲେ ା ସେହିପରି ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଅତିଥି ରୂପେ ସାହିତି୍ୟକ ପଦ୍ମଲୋଚନ ଦାଶ, କଥାକାର ତଥା ସୋର ଉପେନ୍ଦ୍ର ନାଥ କଲେଜର ପ୍ରାକ୍ତନ ପ୍ରାଧ୍ୟାପକ କିର୍ତ୍ତନ ବିହାରୀ ଦାଶ ପ୍ରମୁଖ ଯୋଗଦେଇଥିଲେ ା ଖେଳ, ନାଚ, ଗୀତ ଆଦିି ଶିଶୁ ମାନଙ୍କ ଦୁର୍ବଳତା ଥିବା ବିଷୟ ପ୍ରତି ଅଭିଭାବକମାନେ ପ୍ରାଧାନ୍ୟ ଦେଲେ ଶିଶୁ ଭଲ ପାଠ ପଢିଥାଏ ବୋଲି ଅତିଥି ପ୍ରାଧ୍ୟାପକ ଦାଶ କହିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବନମାଳୀ ନାୟକ, ଦିଲୀପ କୁମାର ରଥ, କମଳାକାନ୍ତ ପତିଙ୍କ ସମେତ ସିଆର୍‌ସିସିମାନେ ସହଯୋଗୀ ଥିଲେ ା ସିଅର୍‌ସିସି ଶିବ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।